କାନ୍ଥ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କାର ମୋବାଇଲ, ସିସିଟିଭିରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

Published By : Prameya-News7 Bureau | February 07, 2020 IST

ଭଦ୍ରକ ୭।୨: କାନ୍ଥ ତାଡି ଲୁଟିନେଲେ ୧୫ଲକ୍ଷ ଟଙ୍କାର ମୋବାଇଲ । ଦୋକାନର ପଛପଟ କାନ୍ଥ କଣା କରି ଦୋକାନ ଭିତରେ ପଶି ଦାମୀ ମୋବାଇଲ ସହ ଲାପଟପ ଓ ନଗଦ ଟଙ୍କା ଲୁଟିନେଲେ ଲୁଟେରା । ଭଦ୍ରକ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମେଡିକାଲ ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଜଣେ ଲୁଟେରାର ଫଟୋ ସିସିଟିଭିରେ ଦେଖିବାକୁ ମିଳିଛି ।

{"id":221375,"sizeSlug":"large"}

ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୁଟେରା ଜଣକ ଦୋକାନ ଭିତରେ ଥିବା ଦାମୀ ମୋବାଇଲଗୁଡିକୁ ବାହାରକରି ଏକାଠି କରୁଛି । ପରେ ମୋବାଇଲର ପାୱାରବ୍ୟାଙ୍କ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଲାପଟପ ଲୁଟ କରୁଛି ।  ତେବେ ଲୁଟ୍ ସାମଗ୍ରୀର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି । ଏହାସହ ଦେଢ ଲକ୍ଷ ଟଙ୍କା ନଗଦ ଚୋରୀ ହୋଇଥିବା ନେଇ ଦୋକାନୀ ଜଣଙ୍କ ଅଭିଯୋଗ କରିଛନ୍ତି ।

{"id":221376,"sizeSlug":"large"}

ଭଦ୍ରକ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେବା ବୋଲି ପୋଲିସ ସୂଚନା ଦେଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.