ମା’ କାଳୀ ମନ୍ଦିରରୁ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

Published By : Prameya-News7 Bureau | November 19, 2020 IST

ସାଲେପୁର ୧୯।୧୧: କଟକ ଜିଲ୍ଲା ଚୌଦ୍ବାର ସ୍ଥିତ ପ୍ରସିଦ୍ଧ ମା’ କାଳୀ ମନ୍ଦିରରୁ ଲୁଟ୍ ହୋଇଛି । ଗୁରୁବାର ସକାଳୁ ମନ୍ଦିରର ପୂଜକ ମନ୍ଦିରକୁ ଆସି ଦେଖିବା ବେଳକୁ ମନ୍ଦିରର ହୁଣ୍ଡି ମନ୍ଦିର ପରିସରରେ ପଡିଥିଲା । ମନ୍ଦିରର ପଛ ପଟ ଫାଟକ ଖୋଲା ଥିବା ଦେଖିବାକୁ ମିଳିଥିଲା । ପରେ ମନ୍ଦିରକୁ ଆସିବା ପରେ ଜାଣିବାକୁ ପାଇଥିଲେ ଯେ, ମନ୍ଦିରର ଦ୍ବାର ତଡା ହୋଇ ମା’ କାଳୀଙ୍କର ସୁନା ମୁକୁଟ, ହାର, ସୁନା, ଚାନ୍ଦି ଓ ପିତ୍ତଳର ଆସବାବପତ୍ରକୁ କେହି ଚୋରି କରି ନେଇଯାଇଛି । ଏପରି କି ମା’ଙ୍କ ସୁନାର ଆଖିକୁ ମଧ୍ୟ ତାଡ଼ି ନେଇଛନ୍ତି ।

{"id":364230,"sizeSlug":"large"}

ଲୁଟ୍ ନେଇ ପୂଜକ ମନ୍ଦିର ପରିଚାଳନା କମିଟିକୁ ଖବର ଦେଇଥିଲେ । କମିଟି ସମସ୍ୟ ଆସିବା ପରେ ଚୌଦ୍ବାର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଚୌଦ୍ବାର ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିବା ସହିତ ସାଇଣ୍ଟିଫିକ୍ ଟିମକୁ ଘଟଣାର ତଦନ୍ତ ପାଇଁ ଡକାଯାଇଛି । ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଘଟଣା ସଂପର୍କରେ ଅଧିକ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.