ନାଇଟ୍ କର୍ଫ୍ୟୁ ବେଳେ ବୁଲାଇଲେ କଳାକନା : ରୂପା ଗହଣା ଲୁଟ୍, ସୁନା ଅଳଙ୍କାର ଚୋରି ବେଳେ ବାଜିଲା ସାଇରନ୍

Published By : Prameya-News7 Bureau | April 17, 2021 IST

ନବରଙ୍ଗପୁର ୧୭।୪: ନାଇଟ୍ କର୍ଫ୍ୟୁ ସମୟରେ ରାତିରେ ଚୋରି । ନବରଙ୍ଗପୁର ସହର ନୂଆବନ୍ଧ ସାହିରେ ଥିବା ଶ୍ରୀହରି ଜୁଏଲର୍ସ ନାମକ ଏକ ସୁନା ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରମାନେ ଦୋକାନର ଲୁହା ଗେଟକୁ ତାଡି ଦୋକାନରେ ପଶିଥିଲେ ।  ସିସିଟିଭିରେ ଚୋରିର ଦୃଶ୍ୟ କଏଦ ହୋଇଯିବା ଆଶଙ୍କାରେ ପ୍ରଥମେ ଦୋକାନରେ ଲାଗିଥିବା  ସିସିଟିଭିକୁ ଅପରପାର୍ଶ୍ଵକୁ ବୁଲାଇ ଦେଇଥିଲେ । ପରେ ଦୋକାନରୁ ଚୋରି କରିଥିଲେ ।

{"id":439802,"width":842,"height":463,"sizeSlug":"large","linkDestination":"none"}

ତେବେ ଦୋକାନରେ ଥିବା ରୂପାରେ ପ୍ରସ୍ତୁତ ଗହଣା ସବୁ ଚୋରି କରିନେଇଥିବା ବେଳେ ଲକରରେ ସୁନା ଥିବାରୁ ତାହାକୁ ଚୋରି କରିପାରିନଥିଲେ । ଲକରରେ ଥିବା ସୁନାକୁ ଚୋରି କରିବା ସମୟରେ ସାଇରନ ବାଜିଥିଲା ଫଳରେ ଚୋରମାନେ ଦୋକାନରୁ ଚାଲିଯାଇଥିଲେ । ସାଇରନ ଶୁଣି ଦୋକାନ ମାଲିକ ଦୋକାନକୁ ଆସିବା ବେଳକୁ ଚୋରମାନେ ସେଠାରୁ ଚମ୍ପଟ ମାରିଥିଲେ । ଦୋକାନୀ ଏ ସମ୍ବନ୍ଧରେ ନବରଙ୍ଗପୁର ଥାନାରେ ଏତଲା ଦାୟର କରିଛନ୍ତି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।  ଚୋରମାନେ ଯିବା ପୂର୍ବରୁ ତାଙ୍କ ସହ ପ୍ରାୟ  ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ରୂପା ଟଙ୍କା ମୂଲ୍ୟର ଗହଣା ଚୋରି କରିନେଇଥିବା ସୁନା ଦୋକାନୀ ପ୍ରକାଶ କରିଛନ୍ତି । 

ଦୋକାନଟି ଜିଲ୍ଲା ଦୌରା ଜଜଙ୍କ କ୍ବାର୍ଟରର ଠିକ୍ ସମ୍ମୁଖରେ ପ୍ରାୟ ୧୫  ମିଟର ଦୂରତାରେ ରହିଛି । ରାତ୍ରିକାଳୀନ କର୍ଫ୍ୟୁ ଚାଲିଥିବା ସମୟରେ ପୋଲିସ ପାଟ୍ରୋଲିଂ କଡାକଡି ଚାଲିଥିବା ବେଳେ କିଭଳି ପୋଲିସ କୁ ଚ୍ୟାଲେଞ୍ଜ କରି ଚୋରି କରିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.