ଅଳଙ୍କାର ଦୋକାନରୁ ୨୫ ଲକ୍ଷ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 28, 2019 IST

ବାଲେଶ୍ବର ୨୮|୭: ବାଲେଶ୍ବରରେ ମାତିଛନ୍ତି ଲୁଟେରା । ଅଳଙ୍କାର ଦୋକାନରୁ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ଗହଣା । ବସ୍ତା ଥାନା ହଳଦୀପାଳ ବଜାରରେ ଥିବା ଗହଣା ଦୋକାନରୁ ୫୦୦ ଗ୍ରାମ ସୁନା ଓ ୧୫କେଜି ରୂପା ଲୁଟି ନେଇଛନ୍ତି ।

ଅଳଙ୍କାର ଦେ।କାନରେ ଲୁଟ୍ ପରେ ବଜାର ସ୍ଥିତ ସିଣ୍ଡିକେଟ ବ୍ୟାଙ୍କ ଏଟିଏମରୁ ଲୁଟ୍ ଉଦ୍ୟମ କରିଥିଲେ । ହେଲେ କୌଣସି କାରଣରୁ ଲୁଟିବାରେ ସଫଳ ହୋଇନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୁଟେରାଙ୍କୁ ଧରିବାକୁ ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.