ମାର୍ଶାଘାଇ ୨୦।୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ମାର୍ଶାଘାଇ ଅଞ୍ଚଳରେ ଦୁଇଟି ସ୍ଥାନରେ ଧକାୟତଙ୍କ ଲୁଟ୍ ଉଦ୍ୟମ । ପ୍ରଥମେ ସୁନା ଦୋକାନ ପରେ ପାଞ୍ଚ ନମ୍ବର (କ) ଜାତୀୟ ରାଜପଥ ମାର୍ଶାଘାଇ କ୍ରସିଂ ଛକ ଓ ହଜାରି ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି ।
{"id":200029,"sizeSlug":"large"}ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଲୁଟେରାମାନେ ଦୁଇଟି ବାଇକରେ ୫ ଜଣ ଆସି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟି ନେଇଥିବା ଜଣାପଡିଛି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ସଠିକ୍ ଜଣାପଡିନଥିବା ବେଳେ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ଆକଳନ କରାଯାଉଛି । ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।