ସୁନା ଦୋକାନରୁ ଅଳଙ୍କାର ଲୁଟି ନେଇ ଦୁଇ ଖସିଗଲେ, ଜଣକୁ କାବୁ କଲେ ଦୋକାନୀ

Published By : Prameya-News7 Bureau | March 14, 2020 IST

ଭଦ୍ରକ ୧।୩: ସୁନା ଦୋକାନ ଲୁଟିବା ପାଇଁ ଆସିଥିଲେ । ଜଣେ ବାଇକରେ ଥିଲେ, ଆଉ ଦୁଇ ଜଣ ଦୋକାନକୁ ଯାଇ ଲୁଟ୍ କରିବା ପାଇଁ ଉଦ୍ୟମ କଲେ । ସୁନା ଗହଣା ଧରି ଦୌଡିବା ବେଳେ ଧରିନେଲେ ଦୋକାନୀ । ଜଣେ ଧରାପଡିଲା । ଆଉ ଦୁଇଜଣ ଖସିଗଲେ । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ବଡବଜାର ନିକଟରେ ।

{"id":238176,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଧାମନଗର ବଡବଜାରଠାରେ ଥିବା ମା’ ଖରାଖାଇ ସୁନା ଦୋକାନରୁ ଲୁଟ୍ ହୋଇଛି । ତିନି ଜଣ ଲୁଟେରା ଗୋଟିଏ ବାଇକରେ ଆସିଥିବା ବେଳେ ଜଣେ ଲୁଟେରା ବାଇକ୍ ନିକଟରେ ରହିଥିଲେ । ଆଉ ଦୁଇ ଜଣ ଆସି ଦୋକାନୀଙ୍କୁ ସୁନା ଲକେଟ୍ ଦେଖାଇବା ପାଇଁ କହିଥିଲେ । ଅନ୍ୟ ଜଣେ ଗ୍ରାହକ ଦେଖୁଥିବା ଗହଣା ଝାମ୍ପି ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଦୋକାନ ମାଲିକ ଜଣେ ଲୁଟେରାଙ୍କୁ କାବୁ କରିଥିଲେ । ଅନ୍ୟ ଜଣଙ୍କ କିଛି ସୁନା ଗହଣା ନେଇ ଅପେକ୍ଷା କରିଥିବା ବାଇକରେ ପଳାଇଯାଇଥିଲେ ।

{"id":238177,"sizeSlug":"large"}

ସ୍ଥାନୀୟ ଲୋକେ ଲୁଟେରାକୁ କାବୁ କରିଥିଲେ । ଲୁଟେରା ନିକଟରୁ କେତେକ କେମିକାଲ ମଧ୍ୟ ଜବତ ହୋଇଛି । ଧରାପଡିଥିବା ଲୁଟେରାକୁ ପୋଲିସ ଜିମା ଦେଇଛନ୍ତି ଲୋକେ । ଲୁଟ୍ ହୋଇଥିବା ଦୋକାନ ନିକଟ ସିସିଟିଭିରେ ଲୁଟେରାଙ୍କ ଗତିବିଧି ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.