ଘର କବାଟ ଭାଙ୍ଗି କଳାକନା ବୁଲାଇଲେ ଦୁର୍ବୃତ୍ତ, ୧୫ଭରି ସୁନା ସହ ନେଇଗଲେ ୧୫ହଜାର ଟଙ୍କା

Published By : Prameya-News7 Bureau | January 16, 2021 IST

ସାନଖେମୁଣ୍ଡି ୧୬।୧: ବିଳମ୍ବିତ ରାତିରେ ଘରେ କଳାକନା ବୁଲାଇଲେ ଚୋର । ଘର କବାଟ ତାଡି ଲୁଟିନେଲେ ସୁନା ଅଳଙ୍କାର ସହ ଟଙ୍କା । ପୋଲିସର ତଦନ୍ତ ଆରମ୍ଭ ।

{"id":393103,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ସୁରେନ୍ଦ୍ର ରେଡ୍ଡୀଙ୍କ ଘରେ ବିଳମ୍ବିତ ରାତରେ କଳାକନା ବୁଲାଇଲେ ଚୋର । ରାତିରେ ବାରିପଟ କବାଟ ତାଡି ଘରେ ପଶି ପନ୍ଦର ଭରି ସୁନା ଅଳଙ୍କାର ସହ ପାଖାପାଖି ପନ୍ଦର ହଜାର ଟଙ୍କା ଚୋରୀ କରି ନେଇଗଲେ ଦୁର୍ବୃତ୍ତ । ଶୋଇଥିବା ବେଳେ ଚୋର କବାଟ ତାଡି ଘରେ ପଶିଥିବା ଅଭିଯୋଗ ହୋଇଛି । ପୋଲିସ ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଦିଗପହଣ୍ଡି ଅଞ୍ଚଳରେ ବଢି ଚାଲିଥିବା ଏଭଳି ଚୋରି ଓ ରାହାଜାନୀ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.