ଘର ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍
20/10/2019 at 4:35 PM

ପାରାଦୀପ ୨୦।୧୦: ପାରାଦୀପ ଭୂତମୁଣ୍ଡାଇ ଗାଁରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ । ଲକ୍ ଥାନା ଭୂତମୁଣ୍ଡାଇ ଗାଁର ପ୍ରଶନ୍ନ ସ୍ବାଇଁଙ୍କ ଘର ଝରକା ତାଡ଼ି ୧୩ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାହାରେ ଚାକିରି କରିଥିବା ପ୍ରଶନ୍ନ ଛୁଟି ନେଇ କିଛି ଦିନ ହେବ ଘରକୁ ଆସିଥିଲେ । ଗତକାଲି ସମ୍ପର୍କୀୟଙ୍କ ଘରକୁ ଯେ ଯାଇଥିବା ବେଳେ ତାଙ୍କ ଘରୁ ଡକାୟତି ହୋଇଛି । ଘଟଣା ନେଇ ପ୍ରଶନ୍ନଙ୍କ ପରିବାର ପକ୍ଷରୁ ଲକ୍ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।
Related Posts
ଅଭାବନୀୟ ଘଟଣା, ସାମାନ୍ୟ ଝଗଡାକୁ ନେଇ ଭାଇକୁ ତୀର ମାରିଲା ଭାଇ
17 January 2021
ଶୌଚ ପାଇଁ ଯିବା ବେଳେ ଭାଉଜଙ୍କୁ ଦୁଷ୍କର୍ମ କଲେ ଦିଅର ଓ ପୁତୁରା, ଜଣେ ଅଟକ
17 January 2021