ସଶସ୍ତ୍ର ଡକାୟତି : ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 02, 2019 IST

ଯାଜପୁର ୨|୭: ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍ ସୁନ୍ଦରପୁର ଗାଁରେ ଡକାୟତି ହୋଇଛି । ସୁରେନ୍ଦ୍ର ସ୍ବାଇଁଙ୍କ ଘର କବାଟ ଭାଙ୍ଗି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

{"id":129594}

ସୂଚନାଯୋଗ୍ୟ ଯେ, ସୁରେନ୍ଦ୍ର ସ୍ବାଇଁଙ୍କ ଘରର ଝରକା ଭାଙ୍ଗି ଘରେ ପଶିଥିଲେ ୫ ଡକାୟତ । ସୁରେନ୍ଦ୍ରଙ୍କ ପତ୍ନୀ ବିରୋଧ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ମାଡ ମାରିଥିଲେ । ଘରର ଆଲମୀରା ଓ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଟଙ୍କା ଲୁଟି ନେଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.