ବନ୍ଧୁକ ମୁନରେ ଲୁଟ୍, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 06, 2020 IST

ବାଲିପାଟଣା ୬।୧୦: ବନ୍ଧୁକ ମୁନରେ ଲୁଟ୍ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା-ରାଜସ ରାସ୍ତା ଚଣାହଟ୍ଟା ଛକ ନିକଟରେ ଲୁଟ୍ ହୋଇଛି ।

ସୂଚନା ଅନୁସାରେ ଉଜ୍ଜିବନ୍ ଫାଇନାନ୍ସ କମ୍ପାନୀର କର୍ମଚାରୀ ଅମିତ କୁମାର ମିଶ୍ର ମହିଳା ସଂଘଠାରୁ ଋଣ ଟଙ୍କା ସଂଗ୍ରହ କରି ବାଇକ୍ ରେ ଫେରୁଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରା ଏକ କଳା ରଙ୍ଗର ପଲସରରେ ଆସି ପ୍ରଥମେ ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ । ଏପରିକି ଭୁଜାଲିରେ ଅମିତଙ୍କ ବାଇକ୍ କୁ ଭଙ୍ଗାରୁଜା କରିଥିଲେ । ପରେ ଏକ ବନ୍ଧୁକ ଅମିତ୍ ଙ୍କ ମୁଣ୍ଡରେ ଲଗାଇ ୧ ଲକ୍ଷ ୧୨ ହଜାର ଟଙ୍କା ଥିବା ବ୍ୟାଗ୍ ଛଡାଇ ଫେରାର୍ ହୋଇଯାଇଥିଲେ । ଏ ନେଇ ଅମିତ୍ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ବାଲିପାଟଣା ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.