ଡାକ୍ତରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ମାଉଜର ଦେଖାଇ କଲେ ଲୁଟ୍

Published By : Prameya-News7 Bureau | July 26, 2019 IST

ଟାଙ୍ଗୀ ୨୬|୭: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାଶୁଣା ଡାକ୍ତର ଜୟପ୍ରକାଶ ପାଣିଙ୍କ ଘରୁ ଲୁଟ୍ ହୋଇଛି । ମାଉଜର ଦେଖାଇ ଡାକ୍ତର ଏବଂ ତାଙ୍କ ପତ୍ନୀଙ୍କୁ ଭୟଭୀତ କରାଇ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଡାକ୍ତରଙ୍କ ଘରୁ ନଗଦ ୩ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଏବଂ କାର ଆଦି ନେଇ ଡକାୟତ ଚମ୍ପଟ ମାରିଛନ୍ତି ।

{"id":137505}

ଗତକାଲି ବିଳମ୍ବିତ ରାତିରେ ଏହି ଲୁଟ୍ ଘଟଣା ଘଟିଛି । ଘଟଣା ପରେ ଟାଙ୍ଗୀ ଥାନାରେ ଏନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସର ଲୁଟ୍ ର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.