ଗ୍ରାହକ ସେବା କେନ୍ଦ୍ରରେ ଫାଙ୍କା ଗୁଳି ଚାଳନା, ୧ ଲକ୍ଷ ୨୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 04, 2021 IST

ସାଲେପୁର, ୪।୧୦: ଦିନ ଦ୍ବିପ୍ରହରରେ ଲୁଟ୍ । ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶି ବନ୍ଧୁକ ଫୁଟାଇ ୧ ଲକ୍ଷ ୨୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । କଟକ ପାଗା ଫାଣ୍ଡି ନିକଟ ପୁରୁଷୋତ୍ତମପୁରରେ ଘଟିଛି ଲୁଟ୍ ଘଟଣା ।

ସୂଚନାଯୋଗ୍ୟ ଯେ, ସୋମବାର ମଧ୍ୟାହ୍ନରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ହଠାତ ସୁଯୋଗ ଦେଖି ଗ୍ରାହକ ସେବା କେନ୍ଦ୍ର ଭିତରକୁ ପଶିଥିଲେ । ସେଠାରେ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚଳାଇ କ୍ୟାସ୍ ବକ୍ସରୁ ୧ ଲକ୍ଷ ୨୯ ହଜାର ଟଙ୍କା ଲୁଟି ଚମ୍ପଟ ମାରିଥିବାର ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପାଗା ଫାଣ୍ଡି ପୋଲିସ ଓ ଜଗତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଜବତ କରିବା ସହ କର୍ମଚାରୀଙ୍କୁ ପଚରାଉଚରା କରି ଦୁର୍ବୃତ୍ତମାନଙ୍କୁ ଖୋଜାଖୋଜି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.