Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଘରେ କେହି ନଥିବା ବେଳେ କଳାକନା ବୁଲାଇଦେଲେ…

7/02/2020 at 3:31 PM

ଭଦ୍ରକ ୭।୨: ଘରର ଗ୍ରୀଲ୍ ଓ କବାଟ ଭାଙ୍ଗି ଲୁଟିନେଲେ ଟଙ୍କା ଓ ସୁନାଗହଣା । ଘର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଲୁଟିନେଇଛନ୍ତି ଲୁଟେରା । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାମରାଇପୁର କଲ୍ୟାଣୀ ନଗରରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ଅଞ୍ଚଳର ମହେଶ ତ୍ରିପାଠୀ ନିଜ ପରିବାର ସହ ଭଦ୍ରକ ସହରର କଲ୍ୟାଣୀନଗରଠାରେ ଘର ଭଡା ନେଇ ରହୁଥିଲେ । କୌଣସି ଏକ କାର୍ଯ୍ୟରେ ପରିବାର ସହ ସମସ୍ତେ ବାହାରକୁ ଯାଇଥିଲେ । ଘର ଖୋଲା ଥିବା ଦେଖି ଘର ମାଲିକ ଘର ଭିତରେ କେହି ନଥିବା ଦେଖିଥିଲେ । ପରେ ଘର ମାଲିକ ଫୋନ୍ ଯୋଗେ ପଚାରିବାରୁ ଘରଲୋକେ ବାହାରେ ଥିବା କହିଥିଲେ । ତେବେ ଘରୁ ଲୁଟ୍ ହୋଇଥିବା ଜଣାପଡିଥିଲା ।

ଘର ମାଲିକଙ୍କ ଅଭିଯୋଗ ପରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ତଦନ୍ତ ଆରମ୍ଭ କରିଛି । ଘର ଭିତରେ ଆଲମାରିରେ ଥିବା ନଗଦ ଟଙ୍କା ସହ ୧୦ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର ଲୁଟ୍ ହୋଇଥିବା ସୂଚନା ମିଳିଛି ।

   Related Posts