ବ୍ୟବସାୟୀଙ୍କଠାରୁ ସାଢେ ଚାରି ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଲୁଟ୍ ବେଳର ଦୃଶ୍ୟ

Published By : Prameya-News7 Bureau | December 11, 2019 IST

କେନ୍ଦ୍ରାପଡା ୧୧।୧୨: କେନ୍ଦ୍ରାପଡ଼ା ଲ’ କଲେଜ ଛକରେ ଜଣେ ବ୍ୟବସାୟୀଙ୍କଠାରୁ ସାଢେ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଆଜି ପ୍ରାୟ ଦିନ ସାଢେ ଗୋଟାଏ ବେଳେ ଘଟିଛି ଏହି ଘଟଣା ।

{"id":196407,"sizeSlug":"large"}

ଲ’ କଲେଜ ଛକ ଏସବିଆଇ ଶାଖାରୁ ବ୍ୟବସାୟୀ ରାଜେନ୍ଦ୍ର ଦାସ ଟଙ୍କା ଉଠାଇ ନିଜ ବାଇକ ପାଖରୁ ଆସୁଥିବା ବେଳେ ତାଙ୍କୁ ଜଣେ ଅପରିଚିତ ବ୍ୟକ୍ତି କିଛି ପଚାରିଥିଲେ ।  ଟଙ୍କା ବ୍ୟାଗ୍ ଟିକୁ ନିଜ ବାଇକରେ ଝୁଲାଇ ଦେଇ ରାଜେନ୍ଦ୍ର କଥା ହେଉଥିବା ବେଳେ ଅନ୍ୟଜଣେ ବ୍ୟକ୍ତି ବ୍ୟାଗ୍ ଟିକୁ ନେଇ ଦୌଡିଥିଲେ । ପରେ ରାଜେନ୍ଦ୍ରଙ୍କ ସହ କଥା ହେଉଥିବା ବ୍ୟକ୍ତି ନିଜ ବାଇକ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବସାଇ ଫେରାର୍ ହୋଇଯାଇଥିଲେ । ରାଜେନ୍ଦ୍ର ତାଙ୍କ ପଛରେ କିଛି ବାଟ ଯାଇଥିଲେ ସୁଦ୍ଧା ତାଙ୍କୁ ଧରି ପରିନଥିଲେ ।

{"id":196408,"sizeSlug":"large"}

ପରେ ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଛି । ସିସିଟିରେରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.