ଘର ସମ୍ମୁଖରୁ ବାଇକ୍ ଡିକି ଭାଙ୍ଗି ଲୁଟ୍ କଲେ ଦୁଇ ଲୁଟେରା
5/11/2019 at 4:06 PM

ଆଠମଲ୍ଲିକ ୫।୧୧: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏନଏସିର ଗଙ୍ଗାରାମ ଛକରେ ଦିନ ଦ୍ବିପ୍ରହରରେ ଡକାୟତି ହୋଇଛି । ଗଙ୍ଗାରାମ ନିବାସୀ ଏଲଆଇସି ଏଜେଣ୍ଟ ସୁବୋଧ ମିଶ୍ର ବ୍ୟାଙ୍କରେ ୬୨ହଜାର ଟଙ୍କା ଜମା କରିବା ପାଇଁ ଯିବାର ଥିଲା । ଏକ ପଲିଥିନରେ ସେ ଟଙ୍କାକୁ ବାନ୍ଧି ବାଇକ୍ ଡିକିରେ ରଖିଥିଲେ । ନିଜ ଘର ଆଗରେ ମୂଲିଆମାନକୁ କାମ କରାଉ ଥିବା ସମୟରେ ଘରୁ କିଛି ଜିନିଷ ଆଣି ବାକୁ ଭିତରକୁ ଯାଇଥିବା ସମୟରେ ଦୁଇ ଜଣ ଡକାୟତ ତାଙ୍କ ବାଇକ୍ ଡିକି ଭାଙ୍ଗୁଥିଲେ । ସୁବୋଧ ଦେଖିଲାବେଳେ ଦୁଇ ଜଣ ତାଙ୍କ ବାଇକ୍ ଡିକି ଭାଙ୍ଗୁଥିଲେ । ସୁବୋଧ ସେମାନଙ୍କୁ ଗୋଡାଇବା ବେଳେ ସେମାନେ ତାରବରିଆ ଭାବେ ୧୦ହଜାର ଟଙ୍କା ତଳେ ପକାଇ ଦେଇ ଏକ ପଲସରରେ ବସି ଫେରାର ହୋଇଯାଇଥିଲେ । ଲୁଟ୍ ଘଟଣାକୁ ନେଇ ଥାନା ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
Related Posts
ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
8 March 2021