ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ : ୧୦ଭରି ସୁନା, ୫୦ତୋଳା ରୂପା ଗହଣା ଲୁଟ୍

Published By : Prameya-News7 Bureau | October 29, 2021 IST

କଳାହାଣ୍ଡି ୨୯।୧୦: ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ୧୦ ଭାରି ସୁନାଗହଣା ୫୦ ତୋଳା ରୂପା ଗହଣା ଓ ନଗଦ ୩୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।

{"id":534976,"width":753,"height":414,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, କୋକସରା ଥାନା ଟେମରା ହଂସପଡା ଗାଁର ନରେନ୍ଦ୍ର ନାଏକଙ୍କ ଘରେ ବିଳମ୍ବିତ ରାତିରେ ଘର ପଛପଟେ ଥିବା ଝରକା ଗ୍ରୀଲ୍ ଭାଙ୍ଗି ଶୋଇବା କୋଠରୀରେ ପଶିଥିଲେ । ଘରେ ଥିବା ୨ ଗୋଟି ଗଡ଼ରେଜ ଭାଙ୍ଗି ୧୦ଭରି ସୁନାଗହଣା, ୫୦ଭରି ରୂପା ଗହଣା ସହ ନଗଦ ୩୦ହଜାର ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଗୁରୁବାର ରାତିରେ ଶୋଇବା କୋଠରୀରେ କେହି ଶୋଇ ନଥିବା କହିଛନ୍ତି ଘର ମାଲିକ । ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.