Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବ୍ୟାଙ୍କ୍ ତାଲା କାଟି ଲୁଟିଲେ ଦୁର୍ବୃତ୍ତ, CCTVରେ କଏଦ ହେଲା ଲୁଟ୍‌ ବେଳର ଦୃଶ୍ୟ

28/09/2021 at 2:39 PM

ସୋର ୨୮।୯: ବିଳମ୍ବିତ ରାତିରେ ବ୍ୟାଙ୍କ୍ ଲୁଟିଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ସିସିଟିଭି ଫୁଟେଜ୍ ଆଧାରରେ ଅଧିକ ଛାନଭିନ୍ ଜାରି ରଖିଛି ସୋର ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୨୧ତାରିଖ ବିଳମ୍ବିତ ରାତିରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଲୁଟ୍ ଘଟଣାର ସିସିଟିଭି ପାଇ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ମାଣିପୁର ବଜାରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟର ସାହାଯ୍ୟରେ ତାଲା କାଟି ଲୁଟ୍ କରିଥିବା ଦେଖିବାକୁ ମିଳିଥିଲା । କେତେ ଟଙ୍କା ଲୁଟ୍ ହୋଇଛି ଜଣାପଡିନଥିବା ବେଳେ ଏକ ବର୍ଷ ମଧ୍ୟରେ ୪ ଥର ଲୁଟ୍ ହୋଇଥିବାବେଳେ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଲୁଟ୍ ସମୟରେ ବିଭିନ୍ନ ସାମଗ୍ରୀ ବାହାରେ ଫିଙ୍ଗିଥିବାବେଳେ ସିସିଟିଭିଗୁଡିକ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ । ସିସିଟିଭି ଫୁଟେଜ ଯାଞ୍ଚ ଜାରି କରିଥିଲେ । ସିସିଟିଭି ଫୁଟେଜରେ ୬ଜଣ ଡକାୟତ  ଆସିଥିବା ଦେଖା ଯାଉଛି । ବର୍ଷକ ମଧ୍ୟରେ ୪ ଥର ଲୁଟ୍ ହୋଇଥିବା ବେଳେ ପୋଲିସକୁ କିଛି ସୁରାକ ମିଳିନାହିଁ ।

   Related Posts