ଝାରସୁଗୁଡାରୁ ସଶସ୍ତ୍ର ଡକାୟତି, ଫାଙ୍କା ଗୁଳିଚାଳନା କରି ଆକ୍ସିସ ବ୍ୟାଙ୍କରୁ ଲୁଟ୍ କଲେ ଦୁର୍ବୃତ୍ତ

Published By : Prameya-News7 Bureau | September 04, 2019 IST

ଝାରସୁଗୁଡା ୪।୯: ଝାରସୁଗୁଡା ଜିଲ୍ଲା ବେଲପାହାଡ଼ରେ ଥିବା ଆକ୍ସିସ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ଡକାୟତମାନେ ଫାଙ୍କା ଗୁଳିଚାଳନା କରିବା ସହ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ମାଡ ମାରି ଗ୍ରାହକଙ୍କଠାରୁ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ ।

{"id":152960}

ବ୍ୟାଙ୍କ୍‌ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହାର ସଠିକ୍ ସୂଚନା ମିଳିପାରିନାହିଁ । ତେବେ ୧୦ରୁ ୧୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏକ ସ୍କର୍ପିଓରେ ୫ରୁ ୬ଜଣ ଡକାୟତ ଆସି ଲୁଟ୍ କରିଥିବା ପ୍ରତ୍ୟକ୍ଷଦର୍ଶୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.