ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ୧୧ଟି ଟ୍ରକ୍‌ରୁ ଲୁଟ୍

Published By : Prameya-News7 Bureau | October 06, 2019 IST

ଚୌଦ୍ବାର ୬।୧୦: କଟକ ଜିଲ୍ଲା ଟାଙ୍ଗି ଥାନା ଅଧୀନରେ ନିମେଇସାପୁର ପେଟ୍ରୋଲ ପମ୍ପ୍ ନିକଟରୁ ୧୧ଟି ଟ୍ରକରୁ ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୪ ଜଣ ଯୁବକ ପେଟ୍ରୋଲ ପମ୍ପ୍ ନିକଟରେ ଥୁଆ ହୋଇଥିବା ୧୧ଟି ଟ୍ରକ୍ ଡ୍ରାଇଭରଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୁଟ୍ କରିଛନ୍ତି ଲକ୍ଷାଧିକ ଟଙ୍କା।

{"id":166769}

ଟଙ୍କା ଲୁଟ୍ କରିବା ସହ ଗାଡିଗୁଡିକର କାଚ ଭାଙ୍ଗି ଦେଇଛନ୍ତି ଲୁଟେରା । ଖବର ପାଇ ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.