ବନ୍ଧୁକ ମୁନରେ ଲୁଟ୍ : ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୧ ଲକ୍ଷ ୮୯ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
7/07/2019 at 3:13 PM

ଟାଙ୍ଗୀ ୭|୭: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ଦୁଇ ଦୁଇ ଜଣ ଫାଇନାନ୍ସ କର୍ମଚାରୀଙ୍କଠାରୁ ୧ ଲକ୍ଷ ୮୯ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବାର ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ କୁମୁରାଙ୍ଗ ବଡଶଙ୍ଖଠାରେ ଏକ ଫାଇନାନ୍ସ କମ୍ପାନୀର ଦୁଇ ଜଣ କର୍ମଚାରୀ ୧ ଲକ୍ଷ ୮୯ ହଜାର ଟଙ୍କା ନେଇ ଯାଉଥିବା ବେଳେ ସେମାନଙ୍କଠାରୁ ଲୁଟ୍ ହୋଇଛି । ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଛନ୍ତି । ପରେ କର୍ମଚାରୀ ଦୁଇ ଜଣ ଏନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି | ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।