Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

9/12/2021 at 12:20 PM

ବଡବିଲ ୯।୧୨: କେନ୍ଦୁଝର ଜିଲ୍ଲା ବଡବିଲ ଶନି ମନ୍ଦିରରୁ ଦାନ ବାକ୍ସ ଉଠାଇ ନେଇଗଲେ ଦୁର୍ବୃତ୍ତ । ବୁଧବାର ବିଳମ୍ବିତ ରାତିରେ ଏହି ଲୁଟ୍‌ ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଛି ।

ଗୁରୁବାର ଭୋର ସମୟରେ ମଙ୍ଗଳ ଆଳତୀ ନୀତି କରିବାକୁ ଆସି ପୂଜକ ମନ୍ଦିର ଖୋଲିବା ସମୟରେ ଏହା ଜଣାପଡିଥିଲା । ଏକ ଲୁହା ରଡ୍‌ ସାହାଯ୍ୟରେ ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ପଶି ସେଠାରେ ଥିବା ଦାନ ବାକ୍ସକୁ ନେଇ ଛୁ ମାରିଥିବା ସନ୍ଦେହ କରାଯାଉଛି । ଏନେଇ ପୂଜକଙ୍କ ପକ୍ଷରୁ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦିଆଯାଇଥିଲା । ଗତ ୬ ମାସ ହେବ ଦାନ ବାକ୍ସ ଖୋଲାଯାଇ ନଥିବାରୁ ସେଥିରେ ପାଖାପାଖି ୬ରୁ୭ ହଜାର ଟଙ୍କା ଥିବା ଅନୁମାନ କରାଯାଉଛି । ତେବେ ଶନିଦେବଙ୍କ ମୁକୁଟ କିମ୍ବା ଅନ୍ୟ ଗହଣା ଇତ୍ୟାଦିକୁ ହାତ ମାରିନାହାନ୍ତି ଦୁର୍ବୃତ୍ତ ।

ଗତ ୨ବର୍ଷ ପୂର୍ବେ ମଧ୍ୟ ଏହି ମନ୍ଦିରରୁ ଦାନବାକ୍ସ ଚୋରୀ ହୋଇଥିଲା । ବଡବିଲ ଅଞ୍ଚଳରେ ଚୋର ଓ ଲୁଟେରାମାନଙ୍କ ପ୍ରାର୍ଦୁଭାବ ବୃଦ୍ଧି ପାଉଥିବା ବେଳେ, ଥାନାଠାରୁ ଅଳ୍ପ କିଛି ଦୂରତାରେ ଥିବା ଶନି ମନ୍ଦିରରୁ ଦାନବାକ୍ସ ଲୁଟ୍‌ ଘଟଣା, ଭକ୍ତଙ୍କ ମଧ୍ୟରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

   Related Posts