ବନ୍ଧୁକ ମୁନରେ ଦମ୍ପତ୍ତିଙ୍କଠାରୁ ଲୁଟ୍, ନଗଦ ଟଙ୍କା ସହ ଲୁଟିନେଲେ ସୁନା ଚେନ୍ ଓ ମୋବାଇଲ୍

Published By : Prameya-News7 Bureau | May 12, 2021 IST

ରାଜସୁନାଖଳା ୧୨।୫: ରାଜସୁନାଖଳା ଟାଙ୍ଗୀ ପୂର୍ତ୍ତ ବିଭାଗ ରାସ୍ତା କୋଟଗଡ ଘାଟିରେ ପୁଣି ଡକାୟତି । ବୁଧବାର ସକାଳ ସମୟରେ ୩ ଜଣ ଡକାୟତଙ୍କ ଶିକାର ହୋଇଛନ୍ତି ଦମ୍ପତ୍ତି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚମ୍ପାଇଲୋ ସାନବାଡ଼ ଗ୍ରାମର ସୁରେଶ କୁମାର ଜେନା ଏବଂ ତାଙ୍କ ପତ୍ନୀ ମାମିନା ଜେନା ଏକ ବାଇକ୍ ଯୋଗେ ରାଜସୁନାଖଳାରୁ ରଣପୁର ଅଭିମୁଖେ ଯାଉଥିଲେ । ସକାଳୁ ଯାଉଥିବାରୁ ଏହାର ସୁଯୋଗ ନେଇ ଡକାୟତମାନେ ପିଛା କରିଥିଲେ । କୋଟଗଡ଼ ନିଛାଟିଆ ଘାଟି ରାସ୍ତାରେ ଦମ୍ପତ୍ତିଙ୍କୁ ଆକ୍ରମଣ କରି ବନ୍ଧୁକ ଦେଖାଇ ମାମିନାଙ୍କଠାରୁ ୯ ହଜାର ଟଙ୍କା ଥିବା ଏକ ଭ୍ୟାନିଟି, ଦେଢ଼ ଭରିର ଏକ ଚେନ ଏବଂ ଏକ ମୋବଇଲ ନେଇଯାଇଥିବା ଜଣାପଡିଛି । ଖବର ପାଇ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭୀମସେନ ମଲିକ ଏବଂ ତାଙ୍କ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ଏ ନେଇ ସୁରେଶ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.