ଦୋକାନ କବାଟ ତାଡି ଲୁଟିଲେ ଦାମୀ ମୋବାଇଲ୍, ସିସିଟିଭି କ୍ୟାମେରା ଭାଙ୍ଗି ଛୁ ମାରିଲେ

Published By : Prameya-News7 Bureau | June 24, 2021 IST

ବାଲିପାଟଣା ୨୪।୬: ମୋବାଇଲ ଦୋକାନରୁ ଚୋରୀ । ବାଲିପାଟଣା ଥାନାଠାରୁ ୫୦ ମିଟର ଦୂର ବାଲିପାଟଣା ବଜାରରେ ଥିବା ଏକ ମୋବାଇଲ ଦୋକାନରେ କଳାକନା ବୁଲାଇଛନ୍ତି ଲୁଟେରା । ପ୍ରାୟ ୫୦ ହଜାର ଟଙ୍କାର ମୋବାଇଲ ଚୋରୀ କରି ନେଇଛନ୍ତି ଦୁର୍ବୃତ୍ତ । ଏହା ସହ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ବାଲିପାଟଣା ପୋଲିସ ସିସିଟିଭି ହାର୍ଡଡିସ୍କକୁ ଜବତ କରିବା ସହ ସିସିଟିଭି ଭିଜୁଆଲ ଆଧାରରେ ଚୋରକୁ ଧରିବାକୁ ଚେଷ୍ଟା କରୁଛି । 

{"id":470553,"width":750,"height":413,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବୁଧବାର ଦିନ କୃଷ୍ଣ ଚନ୍ଦ୍ର ଓତା ବାଲିପାଟଣା ବଜାରରେ ଥିବା ତାଙ୍କ ମୋବାଇଲ ଦୋକାନକୁ ବନ୍ଦ କରି ଘରକୁ ଯାଇଥିଲେ ।  ଗୁରୁବାର ସକାଳୁ ଦୋକାନ ଖୋଲିବାକୁ ଆସି ଦେଖନ୍ତି ତାଙ୍କ ଦୋକାନ କବାଟ ଭଙ୍ଗାଯାଇଛି ।  ଭିତରେ ଥିବା ଦାମୀ ମୋବାଇଲ୍ ଚୋରୀ ହୋଇଯାଇଛି । 

{"id":470554,"width":749,"height":412,"sizeSlug":"large","linkDestination":"none"}

ସଟଡାଉନ୍ ଏବଂ ଲକଡାଉନ୍ ରେ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଏବଂ ବାଲିଅନ୍ତାରେ ଲୁଟେରାମାନେ ଆତଙ୍କରାଜ ଚଳାଇଛନ୍ତି । କେତେବେଳେ ଦିନ ଦ୍ବିପ୍ରହରରେ ରାସ୍ତା ମଝିରୁ ଲୁଟ୍ କରୁଛନ୍ତି ତ କେତେବେଳେ ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟୁଛନ୍ତି । ଦୋକାନ କବାଟ ଭାଙ୍ଗି ଚୋରୀ କରିବା ନିତିଦିନିଆ ଘଟଣାରେ ପରିଣତ ହେଲାଣି । ତେବେ ଚୋରମାନେ ଏବେ ଥାନା ପାଖ ଦୋକାନରୁ ଚୋରୀ କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.