କଳା ପଲସର ଲୁଟେରା ଆତଙ୍କ, ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା
31/12/2020 at 3:03 PM

ନୀଳଗିରି ୩୧।୧୨: ଆଖି ପିଛୁଳାକେ ଝାମ୍ପି ନେଲେ ଅଢେଇ ଲକ୍ଷ ଟଙ୍କା । ନୀଳଗିରି ଥାନା ଅନ୍ତର୍ଗତ ହାଟସାହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନୀଳଗିରି ସ୍ଥିତ ଏସବିଆଇ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଉଠାଇ ଆକ୍ସିସ ବ୍ୟାଙ୍କକୁ ଡିପୋଜିଟ୍ କରିବା ପାଇଁ ଯାଉଥିଲେ । ବ୍ୟାଙ୍କ ସମ୍ମୁଖରୁ ଗାଡି ଡିକିରୁ ଟଙ୍କା କାଢୁଥିବା ସମୟରେ କଳା ପଲସର ବାଇକ୍ରୁ ଦୁଇ ଜଣ ଦୁର୍ବୃତ୍ତ ଆସି ଅଢ଼େଇ ଲକ୍ଷ ଟଙ୍କା ଝାମ୍ପି ନେଲେ । ଖବର ପାଇ ନୀଳଗିରି ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଥିବା ଜଣାପଡିଛି।
Related Posts
ବୋଲେରୋ ଧକ୍କାରେ ଜଣେ ମୃତ
25 January 2021
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021