କଳା ପଲସର୍ ଆତଙ୍କ : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 02, 2021 IST

ଖୋର୍ଦ୍ଧା ୨।୧୦: କଳା ପଲସର ଆତଙ୍କ । ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଲୁଟ୍ । ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

{"id":521095,"width":754,"height":415,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଶନିବାର ମଧ୍ୟାହ୍ନ ସମୟରେ କଢାମଲ ଗ୍ରାମର ଜିତେନ୍ଦ୍ର କୁମାର ଗୁରୁ ବାଘମାରୀ ଏଟିଏମରୁ ଟଙ୍କା ଉଠାଇ ନିଜ ଗାଁ ଅଭିମୁଖେ ଯାଉଥିଲେ । ସେହି ସମୟରେ ସିମୋର ନିକଟରେ ପରିସ୍ରା ଯିବାକୁ ଗାଡି ଅଟକାଇଥିଲେ । ଏହି ସମୟରେ ପଛରୁ ଦୁଇ ଜଣ ଯୁବକ ଏକ କଳା ପଲସରରେ ଆସି ଜିତେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ତାଙ୍କ ନିକଟରେ ଥିବା ୧ ଲକ୍ଷ ୪୬ ହାଜର ଟଙ୍କା ଲୁଟି ନେଇଥିଲେ । ଏ ନେଇ ବାଘମାରୀ ଥାନାରେ ଅଭିଯୋଗ କରିଛନ୍ତି ଜିତେନ୍ଦ୍ର । ଅଭିଯୋଗ ପାଇଁ ବାଘମାରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.