ବନ୍ଧୁକ ମୁନରେ ଲୁଟ୍ : ବ୍ୟାଙ୍କ୍ ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୪୦ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | July 11, 2019 IST

ବାଲେଶ୍ବର ୧୧|୭: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଦିନ ଦ୍ବିପ୍ରହରରେ ଡକାୟତି ହୋଇଛି । ୬ ଜଣ ଯୁବକ ୩ଟି ବାଇକରେ ଆସି ବ୍ୟାଙ୍କ ଭିତରକୁ ପଶିଥିଲେ । ପ୍ରଥମେ ସେମାନେ ବ୍ୟାଙ୍କ୍ ମ୍ୟାନେଜର ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ।  ଉଭୟ କ୍ୟାସ ବାକ୍ସ ଓ ଷ୍ଟ୍ରଙ୍ଗ ରୁମରୁ ଟଙ୍କା ଲୁଟିନେଇ ଡକାୟତମାନେ ଫେରାର ହୋଇଯାଇଛନ୍ତି । ବ୍ୟାଙ୍କକୁ ଆସିଥିବା କେତେକ ଗ୍ରାହକଙ୍କ ଟଙ୍କା ମଧ୍ୟ ସେମାନେ ନେଇଯାଇଥିବା ଜଣାପଡିଛି । ପ୍ରାୟ ଦିନ ୧ଟା ୪୫ ମିନିଟ୍ ରେ ଲୁଟ୍ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଡକାୟତମାନଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.