ବ୍ଲାକ୍ ପଲ୍‌ସର୍ ଗ୍ୟାଙ୍ଗ୍ ଝାମ୍ପିନେଲେ ଦେଢ ଲକ୍ଷ

Published By : Prameya-News7 Bureau | December 27, 2019 IST

ଭଦ୍ରକ ୨୭।୧୨: ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଝାମ୍ପିନେଲେ ଦେଢ଼ ଲକ୍ଷ ଟଙ୍କା । ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ୍ ସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖା ସମ୍ମୁଖରୁ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

{"id":203249,"sizeSlug":"large"}

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମଞ୍ଜୁରୀରୋଡ୍ ଅଞ୍ଚଳର ବ୍ୟବସାୟୀ ଶଙ୍କର୍ଷଣ ପଣ୍ଡା ଆଲ୍ଲାହାବାଦ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍‌ ପାଇଁ ଆସିଥିଲେ । ତେବେ ବ୍ୟାଙ୍କ୍ ରେ ଟଙ୍କା ଡିପୋଜିଟ୍ କରିବା ପୂର୍ବରୁ ତାଙ୍କଠାରୁ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । କଳା ପଲସରରେ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ନିକଟରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ । ଟଙ୍କା ଲୁଟ୍ କରି ନେଇ ସେହିସ୍ଥାନରୁ ଚମ୍ପଟ ମାରିଛନ୍ତି ଦୁଇ ଦୁର୍ବୃତ୍ତ । ବ୍ୟବସାୟୀ ଜଣଙ୍କ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁଇ ଅଭିଯୁକ୍ତଙ୍କ ପତ୍ତା ମିଳିନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.