ମାଉଜର ଦେଖାଇ ଲୁଟ୍, ଲକ୍ଷାଧିକ ଟଙ୍କା ସହ ଲାପଟପ୍ ଲୁଟିଲେ ଦୁର୍ବୃତ୍ତ

Published By : Prameya-News7 Bureau | February 23, 2021 IST

ବ୍ରହ୍ମପୁର ୨୩।୨: ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗ୍ରାମ ନିକଟରେ ଘଟିଛି ଏଭଳି ଲୁଟ୍ ଘଟଣା । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ ବେହେରାଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଛାୟାକାନ୍ତଙ୍କୁ ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଛାୟାକାନ୍ତ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.