Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଯାଇଥିଲେ ପରିବାର, ଏପଟେ ଝରକା ତାଡି ଘରେ କଳାକନା ବୁଲାଇଲେ ଲୁଟେରା

5/04/2021 at 12:12 PM

ଭୁବନେଶ୍ବର ୫।୪: ରାଜଧାନୀ ପୁଣି ମାତିଲେ ଲୁଟେରା । ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ଘରେ କଳାକନା ବୁଲାଇଲେ ଲୁଟେରା । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବ ନଗର ଲେନ୍ ୧ରେ ଘଟିଛି ଏଭଳି ଲୁଟ୍ ଘଟଣା ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ମହାଦେବ ନଗର ଲେନ୍ ୧ରେ ରହୁଥିବା ସୁଶାନ୍ତ ମାଲିକ ସୋମବାର ସକାଳ ପ୍ରାୟ ୬ଟା ୪୫ମିନିଟ୍ ରେ ନିଜ ପରିବାର ସହିତ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିରରୁ ଫେରିବା ଲୁଟେରାମାନେ ତାଙ୍କ ଘରେ କଳାକନା ବୁଲାଇଦେଇଥିଲେ ।

ଘରକୁ ଫେରିବା ପରେ ଘର ମାଲିକ ଦେଖିଥିଲେ ଯେ, ତାଙ୍କ ଘରର କବାଟ ଭିତରପଟୁ ବନ୍ଦ ରହିଥିଲା । ତେବେ ଘର ପଛ ପଟ ଝରକା ଭାଙ୍ଗି ଲୁଟେରାମାନେ ଘର ଭିତରେ ପସିଥିଲେ । ଘରୁ ନଗଦ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହାସହ ୪ ଭରି ସୁନା ଲୁଟି ନେଇଥିଲେ ଲୁଟେରା । ଘରେ ଥିବା ୪ଟି ମୋବାଇଲ ଫୋନ୍ ମଧ୍ୟ ଲୁଟିନେଇଯାଇଛନ୍ତି ଲୁଟେରା । ଏହାପରେ ଘର ମାଲିକ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

   Related Posts