ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ କଲେ ଦୁର୍ବୃତ୍ତ

Published By : Prameya-News7 Bureau | March 24, 2020 IST

କଣ୍ଟାବାଞ୍ଝି ୨୪।୩: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବସଷ୍ଟାଣ୍ଡ ପାଖ ଆଦର୍ଶପଡା ନିକଟରେ ଥିବା ଏସବିଆଇ ଏଟିଏମକୁ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଏଟିଏମ୍ ଭିତରକୁ ପଶି ମେସିନକୁ ଭାଙ୍ଗି ଟଙ୍କା ନେବାକୁ ଉଦ୍ୟମ କରିଥିବା ଜଣାପଡିଛି ।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଭିତରେ ପଶି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି । ବଙ୍ଗୋମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କ୍ ଖୋଲିବା ପରେ କେତେ କ’ଣ ଟଙ୍କା ଲୁଟ୍ ହୋଇଛି କି ହୋଇନାହିଁ ତାହା ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.