ଟାଟା ଇଣ୍ଡିକ୍ୟାସ୍ ଏଟିଏମ୍ ତାଡି ଲୁଟ୍ କଲେ ଦୁର୍ବୃତ୍ତ
7/12/2019 at 10:56 AM

ଭଦ୍ରକ ୭।୧୨: ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ବଜାରରେ ଥିବା ଟାଟା ଇଣ୍ଡିକେସ୍ ଏଟିଏମ୍ ରୁ ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଦୋବଲ ବଜାରରେ ଥିବା ଇଣ୍ଡିକେସ୍ ଏଟିଏମ୍ କୁ ଦୁର୍ବୃତ୍ତମାନେ ଗ୍ୟାସ୍ କଟରରେ କାଟି ଚ୍ୟାମ୍ବରକୁ ଶାବଳରେ ତାଡି ଟଙ୍କା ଲୁଟ୍ କରିଥିବା ସୂଚନା ମିଳିଛି ।

ସେପଟେ ସିସି କ୍ୟାମେରାରେ ରଙ୍ଗ ବୋଳା ଯାଇ ଏପରି ଲୁଟ୍ ହୋଇଛି । ବ୍ୟାଙ୍କର କର୍ମଚାରୀ ଆସିବା ପରେ ଲୁଟ୍ ଟଙ୍କାର ପରିମାଣ ଜଣାପଡିବ ।