ଭୁଜାଲିରେ ହାଣିଲେ, ଗୁଳି ଫୁଟାଇ ୯ଲକ୍ଷ ଛଡାଇ ନେଲେ କଳା ପଲସର ଆରୋହୀ ଦୁର୍ବୃତ୍ତ

Published By : Prameya-News7 Bureau | June 06, 2020 IST

କେନ୍ଦୁଝର ୬।୬: ଗୁଳି ପୁଟାଇ ଭୁଜାଲିରେ ହାଣି ଲୁଟିନେଲେ ଦୁର୍ବୃତ୍ତ । ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀଙ୍କଠାରୁ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି କଳା ପଲସରରେ ଆସିଥିବା ୩ ଦୁର୍ବୃତ୍ତ । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥ ଠାକୁରଡ଼ିହି ନିକଟରେ ଏଭଳି ଲୁଟ୍ ହୋଇଛି । ଉତ୍କଳ କାର୍ଗୋ ନାମକ ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀମାନେ ନଗଦ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଧରି କେନ୍ଦୁଝରରୁ ସୁଆକାଟି ସ୍ଥିତ ଓଏମସି ଖଣିକୁ ଯାଉଥିଲେ । ସେହି ସମୟରେ ଏକ ନମ୍ବର ବିହୀନ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ସମ୍ପୃକ୍ତ କର୍ମଚାରୀଙ୍କୁ ଅଟକାଇଥିଲେ । ବନ୍ଧୁକ ଦେଖାଇ ଡରାଇବା ସହ ଭୁଜାଲିରେ ଆକ୍ରମଣ କରିଥିଲେ । ଏହା ସତ୍ତ୍ବେ ପରିବହନ କର୍ମଚାରୀମାନେ ଟଙ୍କା ନଦେବାରୁ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଶେଷରେ ଜୀବନ ବଞ୍ଚାଇବାକୁ ଯାଇ ଟଙ୍କା ବ୍ୟାଗ୍‌କୁ ଛାଡି ସେଠାରୁ କର୍ମଚାରୀମାନେ ପଳାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଟଙ୍କା ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ କାହାର ପତ୍ତା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.