Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ରାସ୍ତାରେ ଦୁଇ ଚାରିଟା ନୋଟ୍ ପକାଇଦେଲେ, କିନ୍ତୁ ଭ୍ୟାନ୍‌ରୁ ଲୁଟିନେଲେ ୭୨ଲକ୍ଷ

17/03/2020 at 3:39 PM

ଫରିଦାବାଦ ୧୭।୩: ଦିଲ୍ଲୀ ନିକଟସ୍ଥ ଫରିଦାବାଦରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସମ୍ମୁଖରେ ପାର୍କିଂ ହୋଇଥିବା ଏକ କ୍ୟାସ୍ ଭ୍ୟାନରୁ ୭୨ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଖସି ପଳାଇଛନ୍ତି । ଫରିଦାବାଦର ଏକ ନମ୍ବର ଅଞ୍ଚଳରେ ଏଭଳି ଘଟଣା ଘଟିଛି | ଫିଲ୍ମି ଷ୍ଟାଇଲରେ ଲୁଟ୍ କରିଛନ୍ତି ଲୁଟେରା |

ସୂଚନାଯୋଗ୍ୟ ଯେ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏକ ଶାଖାରୁ ନଗଦ ଟଙ୍କା ନେବାକୁ ଆସିଥିବା କ୍ୟାସ୍ ଭ୍ୟାନର ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ଗାଡି ସମ୍ମୁଖରେ କିଛି ନୋଟ୍ ପଡିଛି ବୋଲି । ସେ ଏହି ନୋଟଗୁଡିକ ନେବାକୁ ଓହ୍ଲାଇବା ମାତ୍ରେ ଦୁର୍ବୃତ୍ତମାନେ ଗାଡିରେ ଥିବା ନୋଟ୍ ଭର୍ତ୍ତି ଏକ ବାକ୍ସକୁ ନେଇ  ଖସି ପଳାଇଥିଲେ ।

ଫରିଦାବାଦ ପୋଲିସ କହିଛି ଯେ, ତିନିରୁ ଚାରିଜଣ ଦୁର୍ବୃତ୍ତ ଏହି ଘଟଣା ଘଟାଇଛନ୍ତି। ଦୁର୍ବୃତ୍ତମାନେ କ୍ୟାସ୍ ଭ୍ୟାନର ଡ୍ରାଇଭରକୁ କହିଥିଲେ ଯେ, ତାଙ୍କ ଗାଡି ଆଗରେ କିଛି ନୋଟ୍ ପଡିଛି। କ୍ୟାସ୍ ଭ୍ୟାନ୍ ଡ୍ରାଇଭର କହିଛନ୍ତି ଯେ, ଦୁର୍ବୃତ୍ତମାନଙ୍କ କଥା ଶୁଣି ଲୋଭରେ ଟଙ୍କା ଉଠାଇବା ପାଇଁ ଗାଡିରୁ ଓହ୍ଲାଇ ପଡିଥିଲେ । ଏହି ସମୟରେ ଫିଲ୍ମି ଷ୍ଟାଇଲରେ ନଗଦ ଟଙ୍କା ଭର୍ତ୍ତି ଥିବା ବାକ୍ସକୁ ଭ୍ୟାନରୁ ଉଠାଇ ନେଇ ପଳାଇ ଯାଇଥିଲେ |

କିଛି ସମୟ ପରେ, କ୍ୟାସ୍ ଭ୍ୟାନ୍ ଡ୍ରାଇଭର ତାଙ୍କ ଗାଡିରୁ ଏକ ବାକ୍ସ ନଥିବା ଦେଖିବାକୁ ପାଇଥିଲେ | ସେ କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ | ଡ୍ରାଇଭର କହିଛନ୍ତି ଯେ ଏହି ବାକ୍ସରେ ପ୍ରାୟ ୭୨ଲକ୍ଷ ଟଙ୍କା ଥିଲା ।

ପୋଲିସର ସୂଚନା ଅନୁସାରେ, କ୍ୟାସ୍ ଭ୍ୟାନ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ନଗଦ ଟଙ୍କା ସଂଗ୍ରହ କରିବାକୁ ଆସିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଏସିପି କ୍ରାଇମ୍, ଏସିପି ଏନଆଇଟି ଏବଂ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ମାମଲାରେ ତଦନ୍ତ ଚାଲିଛି ଏବଂ ସିସିଟିଭି ଫୁଟେଜ୍ କୁ ଯାଞ୍ଚ କରୁଛି ପୋଲିସ । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।

   Related Posts