ପୋଲିସ୍‌କୁ ଲୁଟିଲେ ଦୁର୍ବୃତ୍ତ, କନେଷ୍ଟବଳଙ୍କ କାର୍ କାଚ ଭାଙ୍ଗି ନେଇଗଲେ ସାଢେ ପାଞ୍ଚ ଲକ୍ଷ ଟଙ୍କା

Published By : Prameya-News7 Bureau | July 04, 2020 IST

ସୋର ୪।୭: ପୋଲିସ କନେଷ୍ଟବଳଙ୍କ କାରରୁ ସାଢେ ପାଞ୍ଚ ଲକ୍ଷ ଟଙ୍କା ଝାମ୍ପିନେଲେ ନେଲେ ଲୁଟେରା । କାର କାଚ ଭାଙ୍ଗି ଲୁଟେରାମାନେ ଲୁଟ୍ କରିଥିବା ଜଣାପଡିଛି । ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ଉତ୍ତରେଶ୍ଵରରେ ।

{"id":295630,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ସୋର ବଡ଼ଖୁରୀ ଗାଁର ଭାଗବତ ମହାଳିକ ଜମି କିଣିବା ପାଇଁ ସୋର ଷ୍ଟେଟ ବ୍ୟାଙ୍କରୁ ସାଢେ ପାଞ୍ଚ ଲକ୍ଷ ଟଙ୍କା ଉଠାଇ ଗାଡ଼ିରେ ରଖି ସବ୍ ରେଜିଷ୍ଟର ଅଫିସରୁ ଫେରୁଥିଲେ । ଫେରିବା ବାଟରେ ଉତ୍ତରେଶ୍ଵର ନିକଟରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ । ଖାଇସାରି ଫେରିବା ପରେ ଗାଡିର କାଚ ଭାଙ୍ଗି ଟଙ୍କା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.