ବୃଦ୍ଧଙ୍କ ହାତରୁ ୫୦ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | September 05, 2019 IST

ବାରିପଦା ୫।୯: ବାରିପଦାରେ ପୁଣି ସକ୍ରିୟ ଲୁଟେରା। ବୃଦ୍ଧଙ୍କ ହାତରୁ ଝାମ୍ପିନେଲେ ୫୦ହଜାର ଟଙ୍କା। ବାରିପଦା ୧୧ନଂ ଓ୍ବାର୍ଡର ଜଗଦୀଶ ଚନ୍ଦ୍ର ମହାପାତ୍ର ଆହ୍ଲାବାଦ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଷ୍ଟେସନ ବଜାର ବନ୍ଧସାହି ନିକଟରେ ବାଇକରେ ଆସି ଟଙ୍କା ଛଡାଇ ନେଇ ଚାଲିଗଲେ ଦୁଇ ଲୁଟେରା।

{"id":153446}

ଜଗଦୀଶ ତୁରନ୍ତ ବ୍ୟାଙ୍କକୁ ଫେରି ଆସି ମ୍ୟାନେଜରଙ୍କୁ ସବୁକଥା ଜଣାଇଥିଲେ। ପରେ ବ୍ୟାଙ୍କ ପକ୍ଷରୁ ବାରିପଦା ଟାଉନ ଥାନାକୁ ଖବର ଦିଆଯାଇଥିଲା। ବ୍ୟାଙ୍କର ସିସିଟିଭିରୁ ଦେଖିବା ପରେ ଜଣେ ଅଜଣା ଯୁବକକୁ ସନ୍ଦେହ କରାଯାଉଛି । ସେହି ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.