ମାତିଲେ ପଲସର୍ ଲୁଟେରା, ବୃଦ୍ଧଙ୍କ ଗାଡିରୁ ଲୁଟିନେଲେ ଟଙ୍କା ଭର୍ତ୍ତି ବ୍ୟାଗ୍ : CCTVରେ ଭିଡିଓ କଏଦ

Published By : Prameya-News7 Bureau | October 07, 2021 IST

ଆଠଗଡ ୭।୧୦: ଆଠଗଡ ଥାନା ଅନ୍ତର୍ଗତ ଦୋରୋଡ ଛକରେ କଳା ପଲସର ଆତଙ୍କ । ଦୁଇ ଦୁବୃର୍ତ୍ତ ଏକ ପଲସର ଗାଡିରେ ଆସି ଲୁଟିନେଲେ ୪୫ ହଜାର ଟଙ୍କା । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ।

ସୂଚନାଯୋଗ୍ୟ ଯେ, ଯୋରନ୍ଦା ଗ୍ରାମର ଗନ୍ଧର୍ବ ସେନ ପଞ୍ଚୁଆତି ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ୪୫ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ଦୋରୋଡ ଛକରେ କ୍ଷୀର ଆଣିବାକୁ ଯାଇଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଗାଡିରୁ ଟଙ୍କା ବ୍ୟାଗ୍ ଟିକୁ ନେଇ ଯାଇଥିଲେ । ଏନେଇ ଆଠଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ଦୋକାନର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.