କୋର୍ଟ ସମ୍ମୁଖରୁ ଝାମ୍ପିନେଲେ ୪୦ ହଜାର, ବାଇକ୍‌ରେ ଆସିଥିଲେ ୨ ଲୁଟେରା

Published By : Prameya-News7 Bureau | November 18, 2020 IST

ରାଇରଙ୍ଗପୁର ୧୮।୧୧: ସ୍ପଷ୍ଟ ଦିବାଲୋକରେ ଲୁୁଟ୍ । ପୁଣି କୋର୍ଟ ସମ୍ମୁଖରୁ । ଏପରି ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁର ସିଭିଲ କୋର୍ଟ ସମ୍ମୁଖ ରେ।

ସୂଚନାଯୋଗ୍ୟ ଯେ, ଗୋରୁମହିଷାଣୀ ଅଂଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ ରାଇରଙ୍ଗପୁର ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରୁ ୪୦ ହଜାର ଟଙ୍କା ଉଠାଇ ଚାଲି ଚାଲି ବାସ ଷ୍ଟାଣ୍ଡ ଯାଉଥିଲେ। ରାଇରଙ୍ଗପୁର ସିଭିଲ କୋର୍ଟ ସମ୍ମୁଖରେ ହଠାତ୍ ଦୁଇ ଜଣ ବାଇକରେ ଆସି ହାତରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଆଖି ପିଛୁଳାକେ ପଳାଇଥିଲେ ।

କିଛି ଦିନ ପୂର୍ବରୁ ଜଣେ ସୁନା ବ୍ୟବସାୟୀଙ୍କ ଘର ସମ୍ମୁଖରୁ ଟଙ୍କା ବ୍ୟାଗ ଝାମ୍ପି ନେଇଥିଲେ। ସେହିପରି ଆଉ ଜଣେ ଶିକ୍ଷକ ଫଳ କିଣୁଥିବା ସମୟରେ ତାଙ୍କ ବାଇକ ଡିକିରୁ ଟଙ୍କା ନେଇ ଯାଇଥିଲେ । ସହରରେ ବାରମ୍ବାର ଲୁଟ ଘଟଣାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ପୋଲିସ କିନ୍ତୁ ଲୁଟେରାଙ୍କୁ ଧରିବାରେ ସଫଳ ହୋଇ ପାରୁନାହିଁ।ଏହାକୁ ନେଇ ସାଧାରଣରେ ପୋଲିସର ଭୂମିକାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.