ଦିନ ଦ୍ବିପ୍ରହରରେ ଲୁଟ୍, ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ୨ ଲୁଟେରା

Published By : Prameya-News7 Bureau | October 05, 2021 IST

ପୁରୀ ୫।୧୦: ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟ୍ । ପୁରୀ ଜିଲ୍ଲା ଚନ୍ଦନପୁର ଥାନାର ମାତ୍ର ୫୦ ମିଟର ଦୂରରେ ଏହି ଲୁଟ୍ ହୋଇଛି । ଦିନ ଦ୍ବିପ୍ରହରରେ ସାଇକେଲରେ ଟଙ୍କା ନେଇ ଯାଉଥିବା ବେଳେ ଝାମ୍ପି ନେଇଛନ୍ତି ଲୁଟେରା । ବାଇକରେ ଆସି ୨ ଜଣ ଲୁଟେରା ଟଙ୍କା ଝାମ୍ପି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଜୀବନ ସାମନ୍ତରାୟ ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ୍ ହୋଇଛି । ଏ ନେଇ ବ୍ୟବସାୟୀ ଜଣଙ୍କ ଚନ୍ଦନପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.