ଦିନ ଦ୍ବିପ୍ରହରରେ ଲୁଟ୍, ବାଇକ୍‌ରେ ଆସି ୩ଲକ୍ଷ ଟଙ୍କା ଲୁଟି ଚମ୍ପଟ ମାରିଲେ ଦୁର୍ବୃତ୍ତ

Published By : Prameya-News7 Bureau | January 28, 2022 IST

ରାଇରଙ୍ଗପୁର ୨୮।୧: ଦିନ ଦ୍ବିପ୍ରହରରେ ଲୁଟ୍ । ରାଇରଙ୍ଗପୁର ତେନ୍ତଳା ଗ୍ରାମର ଜଣେ ବ୍ୟବସାୟୀ ଏସବିଆଇ ଶାଖାରୁ ଟଙ୍କା କାଢି ଫେରୁଥିବା ବେଳେ ଲୁଟ୍ ର ଶିକାର ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ।  ଏଭଳି ଲୁଟ୍ ଘଟଣା ଘଟିଛି ରାଇରଙ୍ଗପୁର ଟାଉନ ଥାନା କଲ୍ୟାଣମଣ୍ଡପ ନିକଟରେ । ଏ ନେଇ  ଥାନାରେ ମାମଲା ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.