ମାତିଲେ କଳା ପଲସର ଲୁଟେରା : ଘରୋଇ କମ୍ପାନୀ କର୍ମଚାରୀଙ୍କଠାରୁ ଲୁଟିନେଲେ ୧୮ଲକ୍ଷ

Published By : Prameya-News7 Bureau | October 29, 2019 IST

ଆଠଗଡ ୨୯।୧୦: ଜାତୀୟ ରାଜପଥରେ କଳା ପଲସର ଆତଙ୍କ । ଆଠଗଡ ଖୁଣ୍ଟୁଣୀ ଥାନା ୫୫ନଂ ଜାତୀୟ ରାଜପଥରେ ଲୁଟ୍ ହୋଇଛି । କଳା ପଲସର୍‌ରେ ଆସି ୧୮ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ ।

ସୂଚନାଯୋଗ୍ୟ ଯେ, ଖୁଣ୍ଟୁଣୀ ଥାନା ରାଧାଦାମୋଦରପୁର ନିକଟରେ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କଠାରୁ ୧୮ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଦୁଇଟି ପଲସରରେ ଆସି ଟଙ୍କା ଝାମ୍ପିନେଇଛନ୍ତି ୪ ଜଣ ଦୁର୍ବୃତ୍ତ । ଏନେଇ କର୍ମଚାରୀ ଜଣଙଅଖ ଆଠଗଡ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.