ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୧୦ଲକ୍ଷ ୮୦ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | May 04, 2020 IST

ଭଦ୍ରକ ୪।୫: ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା । ଭଦ୍ରକ ଜିଲ୍ଲା ତିହିଡି ଥାନା ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ୍ ଏଜେନ୍ସିର କର୍ମଚାରୀ ପ୍ରମୋଦ ଭଞ୍ଜଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପ୍ରମୋଦ ତିହିଡି ୟୁକୋ ବ୍ୟାଙ୍କକୁ ୧୦ଲକ୍ଷ ୮୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବାବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ୩ ଜଣ ଦୁବୃର୍ତ୍ତ ଟଙ୍କା ଛଡାଇ ନେଇଥିଲେ ।

{"id":264440,"sizeSlug":"large"}

ସୂଚନାଯୋଗ୍ୟ ଯେ, ଶନିବାର ଓ ରବିବାର ଦିନ ଗ୍ୟାସ୍ ବୁକ୍ ପରେ ଟଙ୍କା ଦେଇଥିଲେ ଗ୍ରାହକ । ଦୁଇ ଦିନ ବ୍ୟାଙ୍କ ଛୁଟି ଥିବାରୁ ଆଜି କର୍ମଚାରୀ ଜଣଙ୍କ ଟଙ୍କା ନେଇ ବ୍ୟାଙ୍କ ଯାଉଥିଲେ । ସେହି ସମୟରେ  ବିନା ନମ୍ବର ପ୍ଲେଟ ଥିବା ଆପାଚି ବାଇକରେ ୩ ଜଣ ଯୁବକ ଆସି ଜିଞ୍ଝାରପୁର ରେଳ ଲାଇନ ପାଖରେ ତାଙ୍କ ବାଇକକୁ ଧକ୍କା ଦେଇଥିଲେ । ପରେ ପ୍ରମୋଦ ତଳେ ପଡିଯିବାରୁ ୩ ଜଣ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗକୁ ଲୁଟି ନେଇ ଫେରାର ହୋଇଥିବା ସୂଚନା ମିଳିଛି ।

{"id":264441,"sizeSlug":"large"}

ପରେ ଉକ୍ତ କର୍ମଚାରୀ ଆହତ ଅବସ୍ଥାରେ ତିହିଡି ମେଡିକାଲରେ ଚିକିତ୍ସା ହେବା ପରେ ତିହିଡି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.