ପାରାଦୀପ ୧୩।୧୧: ପାରାଦୀପ ବ୍ୟାଙ୍କ ଲାଇନରେ ଥିବା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରୁ ଟଙ୍କା ଲୁଟ୍ ହୋଇଛି । ଛିଡ଼ା ହୋଇଥିବା ଆଭିଏଟର ଗାଡ଼ି ଡିକିରୁ ଟଙ୍କା ଲୁଟ୍ କରି ଦୁର୍ବୃତ ଫେରାର ହୋଇଯାଇଛି । ତଦନ୍ତ ଆରମ୍ଭ କରିଛି ପୋଲିସ ।
{"id":183499,"sizeSlug":"large"}ସୂଚନାଯେଗ୍ୟ ଯେ, ପାରାଦୀପ ଜେ.ଜି.ଆଇ କଲୋନୀରେ ରହୁଥିବା ଜିତେନ୍ଦ୍ର ବଳ ନାମକ ଯୁବକ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଆଭିଏଟର ଗାଡି ରଖି ଏଟିଏମରୁ ପଇସା ଉଠାଇବାକୁ ଯାଇଥିବା ବେଳେ କେହି ଦୁର୍ବୃତ ଗାଡ଼ି ଡିକିରୁ ୧ ଲକ୍ଷ ୪୫ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛି। ଏ ସଂକ୍ରାନ୍ତରେ ପାରାଦୀପ ଆଦର୍ଶ ଥାନା ବ୍ୟାଙ୍କ ଲାଇନରେ ଥିବା ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି।