ସୋରରେ ଏକକାଳୀନ ୩ଟି ମନ୍ଦିରରେ କଳାକନା ବୁଲାଇଲେ ଚୋର

Published By : Prameya-News7 Bureau | November 17, 2018 IST

ବାଲେଶ୍ବର ୧୭|୧୧: ବାଲେଶ୍ବର ଜିଲ୍ଲାରେ ସୋରରେ ଏକକାଳୀନ ୩ଟି ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର । ବିଳମ୍ବିତ ରାତିରେ କମାଣ୍ଡର ଗାଁର ଦାଣ୍ଡକାଳି, ଶିବ ଓ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଛି । ମନ୍ଦିର କବାଟ ତାଲା ଭାଙ୍ଗି ସବୁ ଗହଣା ଲୁଟିନେଇଛନ୍ତି ଲୁଟେରା । ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ପରେ ଅଳଙ୍କାର ଲୁଟ୍  ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସୋର ଥାନାରେ ଅଭିଯୋଗ କରିବା ପରେ ଲୁଟେରାଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.