Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟ୍ରକ୍‌ ଡ୍ରାଇଭରକୁ ମାଡ଼ ମାରି ଲୁଟିନେଲେ ୯୦୦୦ ଓପୋ ଫୋନ୍‌, ଲୁଟେରାଙ୍କ ଟେର ପାଉନି ପୋଲିସ

17/10/2021 at 9:48 PM

ବେଙ୍ଗାଲୁରୁ ୧୭/୧୦: କର୍ଣ୍ଣାଟକରୁ ବେଙ୍ଗାଲୁରୁ ଯାଉଥିବା ଗୋଟିଏ ଟ୍ରକ୍‌ରୁ ୭ କୋଟି ଟଙ୍କାର ୯୦୦୦ ମୋବାଇଲ୍‌ ଫୋନ୍‌ ଲୁଟ ହୋଇଛି । ଟ୍ରକ ଡ୍ରାଇଭରଙ୍କୁ ନିର୍ଧୁମ ମାଡ଼ ମାରି ତାଙ୍କୁ ତଳକୁ ଲୁଟେରା ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ମଧ୍ୟପ୍ରଦେଶର ଶ୍ୟୋପୁରରେ ଘଟିଥିବା ବେଳେ ଉତ୍ତରପ୍ରଦେଶର ମଥୁରାରେ ରବିବାର ମାମଲା ରୁଜୁ ହୋଇଛି।

ଓପୋ ମୋବଇଲ୍‌ କମ୍ପାନୀ ମ୍ୟାନେଜର୍‌ ସଚିନ ମାନବ ଏତଲା ଦେଇଥିବା ନେଇ କହିଛନ୍ତି ମଥୁରା ଏସପି ମାର୍ତଣ୍ଡ ପ୍ରକାଶ ସିଂହ । ଅଭିଯୋଗ ମିଳିବା ପରେ ପୋଲିସ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଛି।

ସେଦିନ କଣ ହୋଇଥିଲା ?

ମଧ୍ୟପ୍ରଦେଶର ଶ୍ୟୋପୁର ଜିଲ୍ଲାରେ ଥିବା ବବିନା ଟୋଲ୍‌ ଗେଟ୍‌ ପାର କରିବା ପରେ ଟ୍ରକ୍‌କୁ ଅଟକାଇ ଲୁଟେରା ମାନେ ଡ୍ରାଇଭରଙ୍କୁ ମାଡ଼ ମାରିଥିଲେ। ଏହା ପରେ ତାଙ୍କୁ ଟ୍ରକ୍‌ ତଳକୁ ଫିଙ୍ଗିଦେଇ ଟ୍ରକ୍‌ ନେଇ ଫେରାର ହୋଇଯାଇଥିଲେ।

ଟ୍ରକ୍‌ରେ ୭ କୋଟି ଟଙ୍କାର ପାଖାପାଖି ୯୦୦୦ ମୋବାଇଲ୍‌ ଫୋନ୍‌ ଥିଲା। ଏବେ ମାମଲାର ଯାଞ୍ଚ କରିବା ପାଇଁ ପୋଲିସ ଏକ ଟିମ୍‌ ଗଠନ କରିଛି। ଏହି ମାମଲାରେ ମଧ୍ୟପ୍ରଦେଶ ପୋଲିସର ସହୟତା ମଧ୍ୟ ମାଗିଛି ମଥୁରା ପୋଲିସ ।   

   Related Posts