ପୋଲିସ ପରିଚୟ ପତ୍ର ଦେଖାଇ ଦିନ ଦ୍ବିପ୍ରହରେ ଦମ୍ପତ୍ତିଙ୍କଠୁ ପୁଣି ସୁନାଗହଣା ଲୁଟ୍

Published By : Prameya-News7 Bureau | February 10, 2019 IST

ବ୍ରହ୍ମପୁର ୧୦|୨:  ପୋଲିସ ପରିଚୟ ପତ୍ର ଦେଖାଇ ବୃଦ୍ଧ ଦମ୍ପତିଙ୍କଠାରୁ ଲୁଟ୍ କଲେ ଦୁର୍ବୃତ୍ତ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟପ୍ରକାଶନଗର ନିକଟରେ ଆଜି ମଧ୍ୟାହ୍ନ ସମୟରେ ଘଟିଛି ଏହି ଘଟଣା । କେତେକ ଦୁର୍ବୁତ୍ତ ପୋଲିସ ପରିଚୟ ପତ୍ର ଦେଖାଇ ଦମ୍ପତ୍ତିଙ୍କଠୁ ୮୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବୃଦ୍ଧ ଦମ୍ପତ୍ତି ଏକ ଭୋଜିରେ ଯୋଗ ଦେବାକୁ ଭୁବନେଶ୍ବରରୁ ବ୍ରହ୍ମପୁର ଆସିଥିଲେ । ଏହି ସମୟରେ ଏଭଳି ଲୁଟ୍ ର ଶିକାର ହୋଇଥିବା ରାଜ କୁମାରୀ ପାତ୍ର ଓ ଭାସ୍କର ପାତ୍ର ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ସେଲଟାକ୍ସ କାର୍ଯ୍ୟାଳୟ ନିକଟରେ ଦୁର୍ବୃତ୍ତମାନେ ଦମ୍ପତ୍ତିଙ୍କୁ ଅଟକାଇଥିଲେ । ଦମ୍ପତ୍ତିଙ୍କୁ ଦୁର୍ବୃତ୍ତମାନେ ପୋଲିସ ପରିଚୟ ପତ୍ର ଦେଖାଇ ବିଶ୍ବାସ ଜନ୍ମାଇଥିଲେ । ଆଗରେ ଚୋର ଅଛନ୍ତି ସୁନା ଅଳଙ୍କାର ଲୁଟ୍ ହେବାର ଆଶଙ୍କା ଅଛି ବୋଲି କହିଥିଲେ । ଫଳରେ ରାଜକୁମାରୀ ପାତ୍ର ନିଜେ ପିନ୍ଧିଥିବା ସମସ୍ତ ଅଳଙ୍କାର ବାହାର କରି ଏକ କାଗଜରେ ଗୁଡାଇ ଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ରାଜକୁମାରୀ ପାତ୍ରଙ୍କଠାରୁ ଅଳଙ୍କାର ପୁଡାଟି ଝାମ୍ପିନେଇ ଫେରାର ହୋଇଯାଇଥିଲେ । ପୂର୍ବରୁ ସମାନ ଢଙ୍ଗରେ ଦୁର୍ବୃତ୍ତମାନେ ଦୁଇ ଥର ଏଭଳି ଅଳଙ୍କାର ଲୁଟିନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.