ବାଇକ୍ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ; ସିସିଟିଭିରେ କଏଦ ହେଲା ଘଟଣା

Published By : Prameya-News7 Bureau | March 27, 2019 IST

ବାଲିପାଟଣା ୨୭|୩ : ଜୁଏଲାରୀ ଦୋକାନୀଙ୍କ ବାଇକ୍ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ ହୋଇଛି । ଲୁଟ୍ ବେଳର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

{"id":97344}

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବାଳକାଟି ବଜାରରେ ଥିବା ଗଣେଷ ଜୁଏଲାରୀ ଦୋକାନୀ ସନ୍ତୋଷ ମହାପାତ୍ରଙ୍କ ବାଇକ୍ ଡିକି ଭାଙ୍ଗି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ନେଇ ଯାଇଥିଲେ ଲୁଟେରା । ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଦୁଇରୁ ତିନି ଜଣ ଲୁଟେରା ଦୋକାନ ସମ୍ମୁଖରେ ଚକ୍କର କାଟୁଛନ୍ତି । ସନ୍ତୋଷ ତାଙ୍କ ବାଇକ୍ ଡିକିରେ ସୁନା ଅଳଙ୍କାର ରଖିବା ପରେ ନିମିଷକରେ ଡିକି ଭାଙ୍ଗି ଲୁଟି ନେଲେ ଲୁଟେରା । ପୂର୍ବରୁ ଅପେକ୍ଷା କରିଥିବା ବା ଇକ୍ ରେ ଭୁବନେଶ୍ଵର ଅଭିମୁଖେ ଛୁ ମାରିଛନ୍ତି ଲୁଟେରା । ବାଲିଅନ୍ତା ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.