ସୁନା ବ୍ୟବସାୟୀଙ୍କ ଠାରୁ ଗହଣା ବ୍ୟାଗ ଲୁଟ୍

Published By : Prameya-News7 Bureau | August 12, 2018 IST

ଭଦ୍ରକ ୧୨/୮ : ସୁନା ବ୍ୟବସାୟୀଙ୍କ ଠାରୁ ଗହଣା ବ୍ୟାଗ ଲୁଟ୍ ହୋଇଛି । ଭଦ୍ରକ ଧାମନଗର ବଜାର ସ୍ଥିତ କନକ ଦୁର୍ଗା ଜୁଏଲର୍ସର ମାଲିକ ରତ୍ନାକର ସାହୁଙ୍କଠାରୁ ଦୁର୍ବୃତ୍ତ ଗହଣା ବ୍ୟାଗ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି । ୩ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଗହଣା ଲୁଟି ନେଇଛନ୍ତି । ରତ୍ନାକର ସାହୁ ଦୋକାନ ବନ୍ଦ କରୁଥିବା ବେଳେ ଲୁଟେରାମାନେ ବ୍ୟାଗ୍ ଛଡାଇ ନେଇଥିଲେ । ଏନେଇ ରତ୍ନାକର ସାହୁ ଥାନାରେ ଅଭିଯୋଗ କରିଥିଲେ । ପରେ ଭଦ୍ରକ ପୋଲିସ ୩ ଜଣ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.