ମର୍ଣ୍ଣିଂ ଓ୍ବାକ୍ ବେଳେ ମହିଳାଙ୍କଠାରୁ ଲୁଟ୍ କଲେ ଦୁର୍ବୃତ୍ତ
4/06/2019 at 10:01 AM

ସୋର ୪|୬: ସୋରରେ ପୁଣି ପଲ୍ସର ଆତଙ୍କ । ମର୍ଣ୍ଣିଂ ଓ୍ଵାକ୍ ବେଳେ ମହିଳାଙ୍କ ବେକରୁ ସୁନା ହାର ଲୁଟି ନେଲେ ଦୁର୍ବୃତ୍ତ । ଗୋପାଳପୁର ଫାଣ୍ଡି ଠାରୁ ୧ଶହ ମିଟର ଦୂରରେ ହୋଇଛି ଲୁଟ୍ । ମଳଙ୍ଗ ଗାଁର ଜୟନ୍ତୀ ଜେନାଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ସୋର ମଳଙ୍ଗ ଗାଁର ଜୟନ୍ତୀ ଜେନା ଭୋରରୁ ମର୍ଣ୍ଣିଂ ଓ୍ବାକ୍ କରୁଥିଲେ । ସେହି ସମୟରେ ପଲ୍ସରରେ ଦୁଇ ଜଣ ଯୁବକ ଆସିଥିଲେ । ସେମାନେ ତାଙ୍କ ବେକରୁ ସୁନାହାର ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021