ପୋଲିସ ପରିଚୟ ଦେଇ ମହିଳାଙ୍କଠାରୁ ସୁନାଗହଣା ଲୁଟ୍
4/01/2019 at 11:35 AM

ରାଉରକେଲା ୦୪|୦୧: ରାଉରକେଲାରେ ପୁଣି ପୋଲିସର ପରିଚୟ ଦେଇ ଲୁଟ । ଉଦିତ ନଗର ଥାନା କଚେରୀ ରୋଡ଼ରେ ମହିଳାଙ୍କ ଠାରୁ ସୁନାଗହାଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ରାଜ କୁମାରୀ ମିତଲ ଗୁରୁରାଟୀ ଭବନକୁ ସତସଙ୍ଗ କରିବାକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ପୋଲିସର ପରିଚୟ ଦେଇ କହିଥିଲେ, ସହରରେ ଲୁଟ ବଢ଼ୁଛି , ଏତେ ସୁନା ଗହଣା କାହିଁକି ପିନ୍ଧିଛ । ସୁନା ଗହଣା କାଢି ଆମକୁ ଦିଅ ଆମେ ଜରିରେ ବାନ୍ଧି ତମକୁ ଦେବୁ । ମହିଳା ଦୁର୍ବୁତଙ୍କ କଥାରେ ବିଶ୍ବାସ କରି ସବୁ ସୁନା ଗହଣା ଓଲ୍ଲାଇ ସେମାନଙ୍କୁ ଦେଇଥିଲେ । ଏହା ପରେ ମହିଳା ଜଣଙ୍କ ଫେରିବା ପରେ ଦେଖିଲା ବେଳକୁ ଜରିରୁ ଲୁହା ତାର ମିଳିଥିଲା । ଏ ନେଇ ଉଦିତ ନଗର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ବ କରିଛି । ପୁର୍ବରୁ ଏପରି ଘଟଣା ପ୍ଲାଂଟ ସାଇଟ୍ ଥାନା ହରିୟାଣା ଭବନ ସାମ୍ନାରେ ଘଟିଥିଲା । ପୋଲିସର ପରିଚୟ ଦେଇ ଏପରି ଅଭିନବ ଢ଼ଙ୍ଗରେ ମାରୱାଡ଼ି ମହିଳାଙ୍କ ଠାରୁ ସୁନା ଗହଣା ଲୁଟିନେଇଥିଲେ ।