ପାଟଣା ବଜାରରୁ ଦୁଇଟି ଦୋକାନରୁ ଚୋରୀ
21/05/2019 at 8:41 AM

ପାଟଣା୨୧|୫: କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ଦୁଇଟି ଷ୍ଟେସନାରୀ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଦୋକାନର ଟାଇଲ ଛପର ଭାଙ୍ଗି ହଜାର ହଜାର ଟଙ୍କାର ଜିନିଷ ସହିତ ନଗଦ ୮ ହଜାର ଟଙ୍କା ଚୋରି ହୋଇଛି । ଦୋକାନୀ ବିଷ୍ଣୁ ବେହେରା ଓ ସହଦେବ ବେହେରା ଅଭିଯୋଗ କରିଛନ୍ତି ।

ସେହିପରି ୧୫ ଦିନ ପୂର୍ବରୁ ଦାଶରଥି ଦାଶଙ୍କ ଦୋକାନରୁ ସମାନ ଢଙ୍ଗରେ ଚୋରି ହୋଇଥିଲେ ହେଁ ଏଯାଏଁ ପୋଲିସ କୌଣସି ଚୋରଙ୍କୁ ଧରିବାରେ ସକ୍ଷମ ହୋଇନଥିବା ଦୋକାନୀ ମାନେ ଅଭିଯୋଗ କରିଛନ୍ତି । ଏହାସହ ରାତ୍ରିକାଳୀନ ପେଟ୍ରୋଲିଂ ପାଇଁ ଦାବି କରିଛନ୍ତି ।